ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଟିମ୍ ଇଣ୍ଡିଆ ଏବେ ବାଂଲାଦେଶ ସହ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି। ଏଥିପାଇଁ ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ ଘୋଷଣା କରାଯିବ। ଆସନ୍ତା ନଭେମ୍ବର ୧୧ତାରିଖରୁ ବାଂଲାଦେଶ ସହ ଭାରତ ତିନୋଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏଥିଲାଗି ଦଳ ଘୋଷଣା ଆସନ୍ତା ଅକ୍ଟୋବର ୨୪ ତାରିଖରେ କରାଯିବ।
ତେବେ ଏହି ସିରିଜରେ ଅଧିନାୟକ ବିରାଟ କୋହଲି ଖେଳିବେନି ବୋଲି ସୂଚନା ମିଳିଛି। ବିଶ୍ୱକପ ପରଠାରୁ ସେ ଲଗାତାର ଭାବେ କ୍ରିକେଟ ଖେଳିଆସୁଛନ୍ତି। ତେଣୁ ତାଙ୍କୁ ବିଶ୍ରାମ ଦେଇ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ଚୟନ କମିଟି। ଏହାସହ ଘୋଷଣା ହେବାକୁ ଥିବା ଦଳରେ କିଛି ଯୁବ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।
ତେବେ ଭାରତ ସହ ସିରିଜ ଖେଳିବା ନେଇ ବାଂଲାଦେଶ ଦଳରେ ଅନିଶ୍ଚିତତା ଲାଗି ରହିଛି। ବୋର୍ଡ ସହ ମତଭେଦ ହେବା କାରଣରୁ ଦଳ ବର୍ତ୍ତମାନ ସମସ୍ତ ପ୍ରକାର କ୍ରିକେଟକୁ ବହିଷ୍କାର କରିଛି।


















