ଓଡ଼ିଶାଲାଇଭ୍ ବ୍ୟୁରୋ

ବାତିଲ ହୋଇପାରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଓ ଟି-୨୦ ସିରିଜ। କାରଣ ବର୍ତ୍ତମାନ ବାଂଲାଦେଶ କ୍ରିକେଟ ଦଳ ସମସ୍ତ ପ୍ରକାର କ୍ରିକେଟକୁ ବହିଷ୍କାର କରିଛି। ସୋମବାର ବାଂଲାଦେଶର ଖେଳାଳିମାନେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ମ୍ୟାଚ୍ ବହିଷ୍କାର କରିବା ନେଇ ସୂଚନା ଦେଇଛନ୍ତି।

ବାଂଲାଦେଶ କ୍ରିକେଟ ବୋର୍ଡର କେତେକ ନିଷ୍ପତ୍ତିକୁ ବିରୋଧ କରି ଟିମ୍ ଏହି ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କ ଦେଶରେ ଆୟୋଜିତ ହେଉଥିବା ପ୍ରିମିୟର ଲିଗରୁ ଫ୍ରାଞ୍ଚାଇଜ୍ ବ୍ୟବସ୍ଥା ଉଠାଇବାକୁ ଚେଷ୍ଟା କରୁଛି।

ଏହା ବଦଳରେ ବୋର୍ଡ ସ୍ପନ୍ସରମାନଙ୍କୁ ଏକାଠି କରି ନିଜେ ବାଂଲାଦେଶ ପ୍ରିମିୟର ଲିଗ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ଯାହାକୁ ଖେଳାଳିମାନେ ବିରୋଧ କରୁଛନ୍ତି। ଏହାଦ୍ୱାରା ଖେଳାଳିମାନେ ଲିଗରୁ ପାଉଥିବା ଅର୍ଥରାଶିର ପରିମାଣ ଯଥେଷ୍ଟ କମିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ତେଣୁ ଏହି ନିଷ୍ପତ୍ତିକୁ ବିରୋଧ କରି ସେମାନେ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟକୁ ବହିଷ୍କାର କରିଛନ୍ତି। ତେଣୁ ଆସନ୍ତା ନଭେମ୍ବର ୩ରୁ ଆରମ୍ଭ ହେବାକୁ ଥିବା ଭାରତ- ବାଂଲାଦେଶ କ୍ରିକେଟ୍ ସିରିଜ୍ ହେବା ନହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here