ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ। ବୁଧବାର ଔପଚାରିକ ଭାବେ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବିସିସିଆଇର ୩୯ତମ ସଭାପତି ଭାବେ ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୯ ମାସ ପାଇଁ ଗାଙ୍ଗୁଲି ଏହି ଦାୟିତ୍ୱ ତୁଲାଇବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇ ସଂପାଦକ ଚୟନ ହୋଇଥିଲା ବେଳେ ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ଧୁମଲଙ୍କୁ ବିସିସିଆଇର କୋଷାଧ୍ୟକ୍ଷ ପଦ ମିଳିଛି।

Comment