ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ର ଭେଟେରାନ୍ ଅଭିନେତ୍ରୀ ମୁମ୍‌ତାଜ୍‌, ବିଗତ ଦିନର ଜଣେ ଖ୍ୟାତନାମା ଅଭିନେତ୍ରୀ ଭାବେ ପରିଚିତ। ୬୦-୭୦ ଦଶକରେ ତାଙ୍କର ଅଭିନୟକୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ। ଏମିତିକି ନାମୀଦାମୀ ଅଭିନେତା ମୁମ୍‌ତାଜ୍‌ଙ୍କ ସହିତ କାମ କରିବାକୁ ସୁଯୋଗ ଖୋଜୁଥିଲେ।

୧୨ ବର୍ଷ ବୟସରେ ମୁମ୍‌ତାଜ୍‌ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ। ମୁମ୍‌ତାଜ୍‌ଙ୍କ ମା’ ନାଜ୍‌ ଆଉ ଖୁଡ଼ି ନିଲୋଫର୍‌ ବଲିଉଡ୍‌ରେ ଜୁନିୟର୍ ଆର୍ଟିଷ୍ଟ୍ ଭାବେ କାମ କରୁଥିଲେ। କିନ୍ତୁ ଅଭିନୟ କ୍ୟାରିଅର୍‌ର ଆରମ୍ଭ ଦିନଗୁଡ଼ିକ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ଗୋଟିଏ ଛୋଟ ରୋଲ୍ ପାଇବା ପାଇଁ ବହୁ ନିର୍ମାତା ନିର୍ଦ୍ଦେଶକଙ୍କର ଦ୍ୱାରସ୍ତ ହେବାକୁ ପଡ଼ିଥିଲା। ପରିଶେଷରେ ୧୯୬୦ରେ ‘ସ୍ତ୍ରୀ’ ଆଉ ‘ସେହେରା’ ଭଳି ଫିଲ୍ମରେ ଛୋଟ ରୋଲ୍ ମିଳିଥିଲା ତାଙ୍କୁ।

ସମ୍ମି କପୁର, ଶଶି କପୁର, ଦେବାନନ୍ଦ, ସଂଜୀବ କୁମାର, ଜିତେନ୍ଦ୍ର ଙ୍କ ଭଳି ନାମୀଦାମୀ କଳାକାରଙ୍କ ସହିତ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି ମୁମ୍‌ତାଜ୍‌।

ଅଭିନେତା ରାଜେଶ୍‌ ଖାନ୍ନାଙ୍କ ସହିତ ୧୯୬୯ରୁ ୭୪ ମଧ୍ୟରେ ‘ସଚ୍ଚା ଝୁଠ୍’, ‘ଅପ୍‌ନା ଦେଶ୍‌’, ‘ଦୁସ୍‌ମନ୍’, ‘ବନ୍ଧନ୍’, ‘ରୋଟି’ ଭଳି ଏକାଧିକ ସୁପର୍‌ ହିଟ୍ ଫିଲ୍ମ କରିଛନ୍ତି ମୁମ୍‌ତାଜ୍‌।

‘ଚୋର୍‌ ମଚାଏ ସୋର୍‌’ ଫିଲ୍ମରେ ଶଶି କୁପରଙ୍କ ସହ ଅଭିନେତ୍ରୀ ଭାବେ କାମ କରିଥିଲେ ମୁମ୍‌ତାଜ୍‌।

ଅଭିନେତା ସମ୍ମି କପୁର ଆଉ ଜିତେନ୍ଦ୍ର ମୁମ୍‌ତାଜ୍‌ଙ୍କ ପ୍ରେମରେ ପୂରା ପାଗଳ ହୋଇ ଯାଇଥିଲେ। ଏମିତିକି ଦୁଇ ଜଣ ଅଭିନେତା ଗୋଟିଏ ଅଭିନେତ୍ରୀକୁ ବିବାହ କରିବାକୁ ଇଚ୍ଛା ରଖିଥିଲେ। ଏହି କଥା ଗୋଟିଏ ସାକ୍ଷାତକାରରେ ମୁମ୍‌ତାଜ୍‌ ନିଜେ କହିଥିଲେ। 

ମୁମ୍‌ତାଜ୍‌ଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସମ୍ମି କପୁର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେ ଚାହୁଁଥିଲେ କି ମୁମ୍‌ତାଜ୍‌ ଫିଲ୍ମ କ୍ୟାରିଅର୍‌ ଛାଡ଼ି ତାଙ୍କୁ ବିବାହ କରନ୍ତୁ। ମୁମ୍‌ତାଜ୍‌ ବି ସମ୍ମିଙ୍କୁ ଭଲ ପାଉଥିଲେ। କିନ୍ତୁ ସମ୍ମିଙ୍କ ପାଇଁ ସେ ନିଜ କ୍ୟାରିଅର୍‌କୁ ଛାଡ଼ିଲେ ନାହିଁ। ସମ୍ମି ଆଉ ମୁମ୍‌ତାଜ୍‌ଙ୍କ ମଧ୍ୟରେ ସଂପର୍କ କଟିଯିବା ପରେ ବି ଦୁହେଁ ୩ଟି ଫିଲ୍ମ କରିଥିଲେ।

ଏହା ପରେ ୧୯୫୫ରେ ଅଭିନେତ୍ରୀ ଗୀତା ବାଲିଙ୍କୁ ବିବାହ କରିଥିଲେ ସମ୍ମି। ଫିଲ୍ମ ‘କଫି ହାଉସ୍‌’ର ସୁଟିଂ ସେଟ୍‌ରେ ଦୁହିଁଙ୍କର ଭେଟ ହୋଇଥିଲା।

Comment