ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମ ଜନ୍ମଭୂମି ବା ରାମନଗରୀ ଅଯୋଧ୍ୟାରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଲୋକର ପର୍ବ ଦୀପାବଳି ପାଇଁ ଅଯୋଧ୍ୟାରେ ଭବ୍ୟ ଦୀପ ଉତ୍ସବର ଆୟୋଜନ କରାଯାଇଛି।

ଦୀପାବଳିର ୩ ଦିନ ପୂର୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ଉତ୍ସବ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିବେ। ଏହି ଦୀପ ଉତ୍ସବରେ ୫ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରିବାର ଯୋଜନା ରହିଛି।

ନୂଆ ଟେକନିକ ଜରିଆରେ ସମ୍ପୂର୍ଣ୍ଣ ରାମନଗରୀକୁ ଆଲୋକିତ କରିବାକୁ ବ୍ୟବସ୍ଥା ହୋଇଛି। ଅୟୋଧ୍ୟାରେ ଥିବା ରାମକଥା ପାର୍କକୁ ରାମାୟଣ ଆଧାରିତ ଥିମ୍‌ ଉପରେ ସଜା ଯିବ। ସେହିପରି ଦୀପାବଳି ଅବସରରେ ସରୟୁ ଘାଟରେ ଆଳତୀ ସ୍ଥଳ ପ୍ରସ୍ତୁତ କରାଯାଇଛି। ଦୀପ ଉତ୍ସବ ପାଇଁ ତୁଳସୀ ଉଦ୍ୟାନକୁ ବି ପ୍ରସ୍ତୁତ କରାଯାଇଛି।

Comment