ଓଡ଼ିଶାଲାଇଭ୍ ବ୍ୟୁରୋ

ପଡ଼ିଆ ଭିତରେ ଖେଳାଳିଙ୍କ ପାଇଁ ପାଣି ବୋହିଲେ ପ୍ରଧାନମନ୍ତ୍ରୀ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନ୍ ପଡ଼ିଆ ଭିତରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଇଁ ପାଣି ବୋହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଶୁକ୍ରବାର ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ବ୍ୟାଟିଂ କରୁଥିବା ବେଳେ ବ୍ରେକ୍ ସମୟରେ ହଠାତ୍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ୱାଟର ବୟ ସାଜି ପଡ଼ିଆ ଭିତରକୁ ପାଣି ନେଇ ଯାଉଥିବା ଦେଖିବାକୁ ମିଳିଥଲା।

ଏହାକୁ ଦେଖି ତାଙ୍କ ଦେଶର ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ଦଳର ଟୋପି ପିନ୍ଧି ପ୍ରଧାନମନ୍ତ୍ରୀ ମୋରିସନ ପଡିଆ ମଧ୍ୟକୁ ଚାଲିଯାଉଥିଲେ।  ଏହି ସମୟରେ ସେ ଖେଳାଳିମାନଙ୍କ ସହ ହାତ  ମଧ୍ୟ ମିଳାଇଥିଲେ ।

ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନଙ୍କ ଏଭଳି କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ୱାଟର ବୟ୍ ହେବା ବେଳର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।

ଏହି ଅଭ୍ୟାସ ମ୍ୟାଚକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଗୋଟିଏ ୱିକେଟରେ ଜିତିନେଇଛି। ଏହି ଅଭ୍ୟାସ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା।

Comment