ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ୍‌। ବୋଟ୍‌ଟି ଖିରି ସାହି ସମୁଦ୍ରକୂଳରେ ଲାଗିଛି। ଝଡ଼ତୋଫାନର ସମ୍ମୁଖୀନ ହୋଇ ବୋଟ୍‌ଟି ଚାଲି ଆସି କୂଳରେ ଲାଗିଥିବା ଜଣାପଡ଼ିଛି। ବୋଟ୍‌ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।

ପୂର୍ବରୁ କୃଷ୍ଣପ୍ରସାଦର ରାଜହଂସଠାରେ ଏକ ମାଲେସିଆ ଜାହାଜ ବାଟବଣା ହୋଇ ଲାଗିଥିଲା। ପରେ ଏହା ଫେରି ପାରିନଥିଲା। ଏହାକୁ ସ୍ଥାନାନ୍ତର କରିବାକୁ ପ୍ରାୟ ଏକ ମାସ ସମୟ ଲାଗିଥିଲା।

Comment