ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଆଲୋକର ପର୍ବ ଦୀପାବଳି। ଏହି ଖୁସିର ପର୍ବକୁ କେମିତି ସୁରକ୍ଷିତ ପାଳିବେ ସେନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଲୋକମାନଙ୍କୁ ପରାମର୍ଶ ଦେଇ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,‘‘ ଅଧିକୃତ ବାଣ ବିକ୍ରେତାଙ୍କଠୁ ବାଣ କିଣନ୍ତୁ। ଚୋରା ବାଣ କିଣନ୍ତୁ ନାହିଁ। ଚୋରା ବାଣ ଶସ୍ତା ପଡ଼ିପାରେ ମାତ୍ର ଏହା ନିରାପଦ ନୁହେଁ’’।

ସେହିପରି ଯଥାସମ୍ଭବ ଛୋଟ ପିଲାଙ୍କୁ ବାଣଠୁ ଦୂରେଇ ରଖିନ୍ତୁ ଏବଂ ଯେଉଁ ବାଣଗୁଡ଼ିକ ପ୍ରଚଣ୍ଡ ଶବ୍ଦ କରେ ସେ ବାଣ ନଫୁଟାଇବାକୁ ସେ କହିଛନ୍ତି।

ଯଦିବି କୌଣସି ଦୁର୍ଘଟଣା ଘରେ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମର ସହାୟତା ନେବାକୁ ପୋଲିସ କମିସନର ଲୋକଙ୍କୁ ଅନୁରୋଧ କରିଛନ୍ତି।

Comment