ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୁ ସମ୍ପ୍ରଦାୟର ଏକ ପ୍ରମୁଖ ପର୍ବ ହେଲା ଦୀପାବଳି। ହିନ୍ଦୁ ପାଞ୍ଜି ଅନୁଯାୟୀ ପ୍ରତିବର୍ଷ ଅମାବାସ୍ୟା ତିଥିରେ ପଡ଼େ ଆଲୋକର ଏହି ପର୍ବ। ଦୀପାବଳି ଅର୍ଥ ଅମାବାସ୍ୟାର ଅନ୍ଧକାର ରାତିକୁ ଦୀପ ଜାଳି ଆଲୋକିତ କରିବା।
ଆଗକାଳରେ କେବଳ ମାଟି ଦୀପ ଜାଳି ଦୀପାବଳି ପର୍ବ ପାଳନ କରାଯାଉଥିଲା। କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ରଙ୍ଗୀନ ମାଟି ଦୀପ, ରଙ୍ଗୀନ କ୍ୟାଣ୍ଡେଲ୍ ଏବଂ ବିଭିନ୍ନ ରଙ୍ଗର ଲିଚୁ ଲାଇଟ୍ ଜାଳି ଘରକୁ ସଜାଉଛନ୍ତି।
ପୁରାଣ କଥା ତଥା ବିଭିନ୍ନ ଶାସ୍ତ୍ରରେ ଦୀପାବଳି କାହିଁକି ପାଳନ କରାଯାଏ, ଏହା ପଛରେ ବିଭିନ୍ନ କାହାଣୀ ରହିଛି।
ଉତ୍ତର ଭାରତରେ ଶ୍ରୀରାମଚନ୍ଦ୍ରଙ୍କ ୧୪ ବର୍ଷ ବନ ବାସ ସାରି ଅଯୋଧ୍ୟା ଫେରିବା ଖୁସିରେ ଦୀପାବଳି ପାଳନ କରାଯାଏ।
କିନ୍ତୁ ପ୍ରକୃତରେ ଦୀପାବଳି ଦିନ ଦୀପ ଜାଳି ଘରକୁ କାହିଁକି ଆଲୋକିତ କରାଯାଏ, ଜାଣନ୍ତି କି?
ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି।
କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁକରି ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମି ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।
















