ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ହାଇ ଆସିଲେ ସମସ୍ତେ ଭାବନ୍ତି ଯେ ନିଦ ଆସୁଛି। ହେଲେ ଜାଣି ରଖନ୍ତୁ ବାରମ୍ବାର ହାଇ ଆସିଲେ ଏହା ନିଦର କାରଣ ନହୋଇ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇପାରେ। ଯଦି ଆପଣଙ୍କ ସହ ବି ଏମିତି ହେଉଛି ତେବେ ଆପଣ ବି ସାବଧାନ ହୋଇଯାଆନ୍ତୁ।
ଶରୀରରେ ଅମ୍ଳଜାନ ଜନିତ ଅଭାବ ହାଇ ଆସିବାର ସବୁଠୁଁ ବଡ଼ କାରଣ ଅଟେ। ଯଦି ବ୍ୟକ୍ତି ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନ ମିଳେ,ତେବେ ଏହା ହାଇ ଆସିବାର କାରଣ ହୋଇଥାଏ।
ଯଦି ଶରୀରରେ ଅମ୍ଳଜାନର ମାତ୍ରା କମ ରହେ, ତେବେ ଏହାର ସଂପର୍କ ହୃତ୍ଘାତ ଜନିତ ସମସ୍ୟାକୁ ବି ଉପୁଯାଇଥାଏ। ଫଳରେ ବାରମ୍ବାର ହାଇ ଆସିଥାଏ।
ଏହାଛଡ଼ା କୌଣସି ଆଲର୍ଜି ସମସ୍ୟା ଥିଲେ ମଧ୍ୟ ହାଇ ଆସିଥାଏ। ବିଭିନ୍ନ ପ୍ରକାର ଔଷଧ ଖାଇବା ଯୋଗୁଁ ମଧ୍ୟ ହାଇ ଆସେ।


















