ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ‘ମୋ ସରକାର’ ଅଭିଯାନ ଆରମ୍ଭ ହେବା ପରେ ସରକାର ବିଭିନ୍ନ ହସ୍ପିଟାଲରେ ରୋଗୀ ସେବାକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀମାନେ କିପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବେ ସେଥିପାଇଁ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦୁଇଟି ମେଡିକାଲ କଲେଜ ଏବଂ ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବୁର୍ଲା ଭିମ୍‌ସାର୍‌ର ଦାୟିତ୍ୱରେ ରହିଛନ୍ତି ସୁରେଶ ମହାପାତ୍ର।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜର ଦାୟିତ୍ୱ ଦିଆଯାଇଛି।

ସେହିପରି ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି। ଡକ୍ଟର ମୋନା ଶର୍ମାଙ୍କୁ ଯାଜପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଅନୁ ଗର୍ଗଙ୍କୁ ଅନୁଗୁଳ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ଏବଂ ବଲାଙ୍ଗିର ମେଡିକାଲ ଆଣ୍ଡ ହସ୍ପିଟାଲ, ଏ କେ ମୀନାଙ୍କୁ କୋରାପୁଟ ମେଡିକାଲ କଲେଜ ଆଣ୍ଡ ହସ୍ପଟାଲ, ସୁରେନ୍ଦ୍ର କୁମାରଙ୍କୁ ମୟୂରଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ହେମନ୍ତ ଶର୍ମାଙ୍କୁ ଭବାନିପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ, ଡକ୍ଟର କ୍ରୀଷନ କୁମାରଙ୍କୁ ପୁରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଦାୟିତ୍ୱ ଦିଆଯାଇଛି।

ଏହି ଅଫିସରମାନେ ସଂପୃକ୍ତ ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ରୋଗୀ ସେବା ଆଦି ଅନୁଧ୍ୟାନ କରିବେ।

LEAVE A REPLY

Please enter your comment!
Please enter your name here