ଓଡ଼ିଶାଲାଇଭ୍ ବ୍ୟୁରୋ

ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ତାଙ୍କୁ ୪ବର୍ଷ ବାସନ୍ଦ କରିଛି। ରବି କୁମାରଙ୍କ ସହ ଅନ୍ୟ ୪ଜଣ ଖେଳାଳିଙ୍କୁ ମଧ୍ୟ ୪ବର୍ଷ ବାସନ୍ଦ କରାଯାଇଛି।
ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ୪ ବର୍ଷ ବାସନ୍ଦ କରିଛି ନାଡା। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧ୍ରମରାଜ୍ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଓ ଭାରୋତ୍ତୋଳକ ଗୁରୁମିଲ୍ ସିଂହ।
୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସୂର୍ଣ୍ଣ ପଦକ ପାଇଥିଲେ। ସେହିପରି ୨୦୧୪ରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ।








