ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ବୋର୍ଡ ଆଇପିଏଲ୍ରେ ଖର୍ଚ୍ଚ କମ୍ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ୍ରେ ହେଉଥିବା ଉଦ୍ଘାଟନୀ ସମାରୋହକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିସିସିଆଇକୁ ୩୦ କୋଟି ଟଙ୍କାର ଲାଗ ହେବ। ଏନେଇ ସୋମବାର ବିସିସିଆଇ କାର୍ଯ୍ୟାଳୟରେ ବସିଥିବା ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ମ୍ୟାଚ୍ରେ ନୋ’ ବଲ୍କୁ ଜଗିବା ପାଇଁ ଆଉ ଏକ ଅମ୍ପାୟାର ନିଯୁକ୍ତ ହେବ। ବିସିସିଆଇର ଏକ ଅଧିକାରୀ କହିଛନ୍ତି ଯେ, ଉଦ୍ଘାଟନୀ ସମାରୋହରେ ପାଣି ଭଳି ଖର୍ଚ୍ଚ ହେଉଥିବା ଟଙ୍କାର କୌଣସି ଫାଇଦା ନଥିଲା। ଏମିତିକି ଦର୍ଶକଙ୍କୁ ମଧ୍ୟ ଏହା ଉପଭୋଗ କରିବାକୁ ଭଲ ଲାଗୁନଥିଲା।
ଏହା ପୂର୍ବରୁ ୨୦୧୮ ମସିହା ଆଇପିଏଲ୍ ସିଜନ୍ର ଉଦ୍ଘାଟନୀ ସମାରୋହ କରାଯାଇନଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟୟ ହେଉଥିବା ସମସ୍ତ ଟଙ୍କା ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ଦିଆଯିବ। ତେବେ ଚଳିତ ବର୍ଷଠାରୁ ଆଇପିଏଲ୍ର ଉଦ୍ଘାଟନୀ ସମାରୋହକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।








