ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଚାଇନିଜ୍‌ ଷ୍ଟାଇଲ୍‌ରେ ମ୍ୟାଗି ନୁଡଲ୍ସ।

ଆବଶ୍ୟକୀୟ ସାମଗ୍ରୀ

ଗୋଟେ ପ୍ୟାକ୍‌ ମ୍ୟାଗି ନୁଡଲ୍ସ

ଗୋଟେ ଚାମଚ ତେଲ

୨ଟି ରସୁଣ

ଅଧ ଇଞ୍ଚ ଅଦା

ପିଆଜ ଷଣ୍ଢା

୧/୪ କପ୍‌ କ୍ୟାପ୍ସିକମ୍‌

ଏକ ଚାମଚ ସୋୟା ସସ୍‌

ଏକ ଚାମଚ ଟମାଟ ସସ୍‌

ପ୍ରଣାଳୀ

ଗ୍ୟାସ୍‌ରେ ଗୋଟେ ପାତ୍ରରେ ପାଣି ଗରମ କରି ମ୍ୟାଗି ପକାନ୍ତୁ। ମ୍ୟାଗି ସିଝିଗଲେ ପାଣି ଛାଣି ଦେଇ ମ୍ୟାଗିକୁ ଅଲଗା କରି ରଖନ୍ତୁ।

ଆଉ ଗୋଟେ ପ୍ୟାନ୍‌ରେ ତେଲ ପକାଇ ସେଥିରେ ଅଦା ରସୁଣକୁ ଛୋଟ ଛୋଟ କାଟି ପକାନ୍ତୁ। ଗ୍ୟାସ୍‌ର ଜାଳ ଅଧିକ ରଖି ସେଥିରେ ପିଆଜ ଷଣ୍ଢା, ଗାଜର ଏବଂ କ୍ୟାପ୍ସିକମ୍‌ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇବା ପରେ ୨ମିନିଟ୍‌ ଏପଟ୍‌ ସେପଟ୍‌ କରି ସେଥିରେ ସୋୟାସସ୍‌ ଏବଂ ଟମାଟ ସସ୍‌ ମିଶାନ୍ତୁ। ଶେଷରେ ମ୍ୟାଗି ପକାଇ ମିଶାଇ ଦିଅନ୍ତୁ। ଗ୍ୟାସ୍‌କୁ ବନ୍ଦ କରି ଗରମ ଗରମ ଖଆନ୍ତୁ।

Comment