ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନାବାଳିକାମାନେ କେତେ ସୁରକ୍ଷିତ? ଏହି ପ୍ରଶ୍ନର ଉତ୍ତର ଆଜି ବିଧାନସଭାରୁ ଜଣାପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯେଉଁ ଉତ୍ତର ଦେଇଛନ୍ତି ତାକୁ ଦେଖିଲେ ଜଣାପଡୁଛି ଯେ ନାବାଳିକାମାନେ ଆଦୗ ସୁରକ୍ଷିତ ନାହାନ୍ତି।

ଗତ ୫ ବର୍ଷ ଭିତରେ ଓଡ଼ିଶାରେ ଯେତିକି ଦୁଷ୍କର୍ମ ହୋଇଛି ସେଥିମଧ୍ୟରୁ ଅଧାରୁ ଅଧିକ କେବଳ ନାବାଳିକା ବୋଲି ସ୍ପଷ୍ଟ ହୋଇଛି। ୫ ବର୍ଷ ଭିତରେ ରାଜ୍ୟରେ ୧୧ ହଜାର ୧୮ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୬ ହଜାର ୮୫ଟି ମାମଲା ନାବାଳିକା ସମ୍ପର୍କିତ।

୨୦୧୫ରେ ମୋଟ ୨୨୮୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରେ ନାବାଳିକା ଦଦୁଷ୍କର୍ମ ସଂଖ୍ୟା ହେଉଛି ୧୨୧୨। ୨୦୧୬ରେ ମୋଟ ୨୧୪୪ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧୨୦୪ଟି ନାବାଳିକା ଦୁଷ୍କର୍ମ ମାମଲା।

୨୦୧୭ରେ ମୋଟ ୨୨୨୧ଟି ମାମଲା ହୋଇଥିବା ବେଳେ ନାବାଳିକା ସମ୍ପର୍କୀତ ମାମଲା ହେଉଛି ୧୨୮୩ଟି। ୨୦୧୮ରେ ମୋଟ ୨୫୦୨ଟି ମାମଲା ଆସିଥିବା ବେଳେ ନାବାଳିକା ଦୁଷ୍କର୍ମ ମାମଲା ହେଉଛି ୧୪୩୦ଟି। ସେହିପରି ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ମୋଟ ୧୮୬୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୯୫୬ଟି ହେଉଛି ନାବାଳିକା ଦୁଷ୍କର୍ମ ମାମଲା।

Comment