ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା: ଗାଡ଼ି ଚେକିଂ ବେଳେ ବାଇକ୍‌ ଧକ୍କାରେ ଜଣେ ସବ୍‌ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ ଦୟାନିଧି ଦାସ। ସେ ବାରିପଦା ଟାଉନ୍‌ ପୋଲିସ୍‌ ଷ୍ଟେସନ୍‌ରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏଲ୍‌ଭିଆଇ ଚେକିଂ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଚେକିଂ ସମୟରେ ଏସ୍‌ଆଇ ଦୟାନିଧି ଦାସ ଗୋଟେ ଗାଡ଼ିକୁ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡ଼ି ଆରୋହୀ ଖସିବାକୁ ଉଦ୍ୟମ କରି ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ। ଘଟାସ୍ଥଳରେ ଏସ୍‌ଆଇ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ଏସ୍‌ଆଇଙ୍କୁ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଏସ୍‌ପି ଘଟଣା ସମ୍ପର୍କରେ ବୁଝି୍‌ଥିଲେ। ଦୁର୍ଘଟରା ଘଟାଇଥିବା ୨ ବାଇକ୍‌ ଆରୋହୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Comment