ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ବ୍ୟାଟେରୀ ଫାଟିବା ଯୋଗୁଁ ୨ ଭାଇ ଗୁରୁତର ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ବ୍ରହ୍ମପୁର ସହରର ଖଲ୍ଲିକୋଟ ଅନ୍ତର୍ଗତ ନାଇକାଣିପଲ୍ଲୀ ଗାଁରେ। ୨ ଭାଇଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବୁଧବାର ମୋବାଇଲ୍ ଧରି ଖେଳୁଥିବାବେଳେ ହଠାତ୍ ମୋବାଇଲ୍ ଫୋନର ବ୍ୟାଟେରୀ ଫାଟି ଯାଇଥିଲା। ଏଥିରେ ୨ ଭାଇଙ୍କ ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ପରେ ସେମାନଙ୍କୁ ତୁରନ୍ତ ଖଲ୍ଲିକୋଟ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସ୍ଥିତି ଗୁରୁତର ହେବା କାରଣରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତ କିଛିଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ମୋବାଇଲ୍ ଜନିତ ଦୁର୍ଘଟଣା ଦେଖିବାକୁ ମିଳିଛି। ମୋବାଇଲ୍ ଫୋନ୍ ଚାର୍ଜରେ ବସିଥିବା ବେଳେ କିମ୍ବା ମୋବାଇଲ୍ ଫୋନରେ କଥା ହେବା ସମୟରେ ଫୋନ୍ ବ୍ୟାଟେରୀ ଫାଟିଯାଇ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ନିକଟରେ ପାରାଦୀପରେ ମୋବାଇଲ ଫାଟିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here