ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶସ୍ତା ହେଲା Honor 20 ସ୍ମାର୍ଟଫୋନ। ଚଳିତବର୍ଷ ଜୁନ୍‌ ମାସରେ Honor 20 ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରାଯାଇଥିଲା। 6GB+ 128GB ଭାରିଏଣ୍ଟ ବିଶିଷ୍ଟ ଏହି ସ୍ମାର୍ଟଫୋନକୁ ୩୨,୯୯୯ ଟଙ୍କାରେ ଭାରତୀୟ ବଜାରରେ ଛଡ଼ାଯାଇଥିଲା। ବର୍ତ୍ତମାନ ଏହି ସ୍ମାର୍ଟଫୋନ୍‌ରେ ପାଖାପାଖି ୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି।

ଲଞ୍ଚ୍‌ ହେବା ପରଠୁ Honor 20 ସ୍ମାର୍ଟଫୋନକୁ ଫ୍ଲିପ୍‌କାର୍ଟରେ ବିକ୍ରି କରାଯାଉଥିଲା। ହେଲେ ବର୍ତ୍ତମାନ ଅନର କମ୍ପାନି ଏହି ସ୍ମାର୍ଟଫୋନକୁ ବିକ୍ରି ପାଇଁ ଆମାଜନ ସହ ହାତ ମିଳାଇଛି। ଆସନ୍ତା ନଭେମ୍ବର ୨୬ରୁ ଆମାଜନ୍‌ରେ Honor 20 ସ୍ମାର୍ଟଫୋନ ଶସ୍ତା ଦାମ୍‌ରେ ମିଳିବ। ବର୍ତ୍ତମାନ ଏହାର ଦାମ୍‌ ରହିଛି ୨୪,୯୯୯ ଟଙ୍କା। ଉଭୟ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌ରେ ଏହି ସ୍ମାର୍ଟଫୋନ ଉପଲବ୍ଧ ରହିବ।

ଏହାବ୍ୟତୀତ ଆସନ୍ତା ନଭେମ୍ବର ୨୬ରୁ ୨୯ ତାରିଖ ମଧ୍ୟରେ ଆମାଜନ ପକ୍ଷରୁ ଗ୍ରାହକଙ୍କୁ ଅତିରିକ୍ତ ୨ ହଜାର ଟଙ୍କା ଯାଏଁ ରିହାତି ମିଳିପାରିବ। ଫଳରେ Honor 20 ସ୍ମାର୍ଟଫୋନ ଆପଣଙ୍କୁ ମାତ୍ର ୨୨,୯୯୯ଟଙ୍କାରେ ମିଳିପାରିବ।

Honor 20 ସ୍ମାର୍ଟଫୋନରେ ଆଣ୍ଡ୍ରଏଡ୍‌ ପାଏ ଥିବା ମ୍ୟାଜିକ୍‌ ୟୁଆଇ ୨.୧ ଅପରେଟିଂ ସିଷ୍ଟମ ଦିଆଯାଇଛି। ଏଥିରେ ୬.୨୬ ଇଞ୍ଚ୍‌ ବିଶିଷ୍ଟ ଫୁଲ ଏଚ୍‌ଡି ପ୍ଲସ୍‌ (୧୦୮୦x୨୩୪୦ ପିକ୍ସେଲ) ଡିସ୍‌ପ୍ଲେ ରହିଛି। ଏଥିରେ ଅକ୍ଟାକୋର HiSilicon Kirin 980 ପ୍ରୋସେସର ଦିଆଯାଇଛି। ସେହିପରି ଫଟେଶଗ୍ରାଫୀ ପାଇଁ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଥିବା ବେଳେ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ରହିଛି। Honor 20 ସ୍ମାର୍ଟଫୋନରେ ୩,୭୫୦ ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ଦିଆଯାଇଛି।

Comment