ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ପିଙ୍କ୍ ବଲ ଟେଷ୍ଟରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି। ପ୍ରଥମ ଇଂନିସରେ ଭାରତୀୟ ଦଳ ୩୪୭ ରନରେ ପାଳି ଘୋଷଣା କରିଛି। ଏହାସହ ଦଳ ପ୍ରଥମ ଇଂନିସରେ ବାଂଲାଦେଶଠାରୁ ୨୪୧ ରନର ଆଗୁଆ ରହିଛି।

ପ୍ରଥମ ଇଂନିସରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ବୋଲର ମାତ୍ର ୧୦୬ ରନରେ ଅଲଆଉଟ୍ କରିଦେଇଥିଲେ। ଏହାପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବାଂଲାଦେଶ ବୋଲରଙ୍କ ଉପରେ ଭାରିପଡ଼ିଥିଲେ। ପ୍ରଥମ ଇଂନିସରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦମଦାର ଶତକ କରିବା ସହ ଦଳ ୯ ୱିକେଟ୍ ହରାଇ ୩୪୭ରନରେ ପ୍ରଥମ ଇଂନିସ ପାଳି ଘୋଷଣା କରିଛି।

ଏହାପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଇଂନିସ। ଦ୍ୱିତୀୟ ଇଂନିସର ଆରମ୍ଭରେ ମଧ୍ୟ ବାଂଲା ଦଳ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦଳ ମାତ୍ର ୧୩ ରନ୍ ଭିତରେ ୪ଟି ୱିକେଟ୍ ହରାଇସାରିଛି। ତେବେ ଦଳ ପ୍ରଥମ ଇଂନିସ ଶେଷ ସୁଦ୍ଧା ବାଂଲାଦେଶ ୨୪୧ରନ୍ ଆଗରେ ରହିଛି।

Comment