ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଲତବୀ ଘୋଷଣା କରିଛନ୍ତି।

ବାଚସ୍ପତି ମୂଲତବୀ ଘୋଷଣା କରିବା ଦ୍ୱାରା ଡିସେମ୍ବର ୧୯ରେ ସରିବାକୁ ଥିବା ଶୀତ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏଥର ଶୀତ ଅଧିବେଶନ ନଭେମ୍ବର ୧୩ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବାଚସ୍ପତି ଏହାକୁ ଆଗୁଆ ଶେଷ କରିଛନ୍ତି।

ଏଥର ବିଧାନସଭା ଶୀତ ଅଧିବେଶନରେ ମୋଟ ୧୩ଟି କାର୍ଯ୍ୟ ଦିବସ କରିଥିଲେ। ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ, ଧାନକିଣାରେ ଟୋକନ୍ ବ୍ୟବସ୍ଥା, ବଜେଟ୍ ଖର୍ଚ୍ଚର ସରକାର ପଛରେ ପଡ଼ିବା, ଠକ ସୁନା ଦୋକାନୀ ଆଦି ପ୍ରସଙ୍ଗରେ ବିରୋଧୀମାନେ ଶାସକଦଳକୁ ଘେରିଥିଲେ। ଏହାସହ ରାଜ୍ୟ ସରକାର ଏହି ଅଧିବେଶନରେ ଚଳିତ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ କରିଥିଲେ।

Comment