ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରିବା ନେଇ ଦୁଇ ପ୍ରକାର କଥା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ନବ ଦାସ ଘୋଷଣା କରିଛନ୍ତି। ହେଲେ ଏହାର ଘଣ୍ଟାଏ ପରେ ବିଭାଗର ଆଉ ଏକ ପ୍ରେସ୍‌ ରିଲିଜରେ ବାହାରିଥିଲା ଯେଉଁଥିରେ କହୁହାଯାଇଥିଲା ଯେ, ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କୈଣସି ନିଷ୍ପତ୍ତି ହୋଇନି।

ଶନିବାର ସଂନ୍ଧ୍ୟାରେ ଭ୍ରଦକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରଥମେ ପ୍ରେସ ରିଲିଜ ପ୍ରକାଶ ପାଇଥିଲା। ମେଡିକାଲ କଲେଜ ପାଇଁ ୨୫ ଏକର ଜାଗା ମଧ୍ୟ ଚିହ୍ନଟ ହୋଇଛି। କଲେଜରେ ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ମେଡିକାଲ କଲେଜର କାମ ୨୦୨୦ ଫେବ୍ରୃଆରିରୁ ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ।

ତେବେ ଏହାର ଘଣ୍ଟାଏ ନପୁରୁଣୁ ଆଉ ଏକ ପ୍ରେସ ରିଲିଜ ପ୍ରକାଶ ପାଇଥିଲା। ଦ୍ଵିତୀୟ ପ୍ରେସ ରିଲିଜ ଅନୁସାରେ ମନ୍ତ୍ରୀ ପରେ କହିଛନ୍ତି ଯେ, ଭଦ୍ରକରେ ମେଡିକାଲ କଲେଜ୍ ପ୍ରତିଷ୍ଠା ଜିଲ୍ଲାର ସମସ୍ତ ବିଧାୟକ ଅନୁରୋଧ କରିଥିଲେ। ତେବେ ଏନେଇ ବିଭାଗରେ ବର୍ତ୍ତମାନ ବିଚାର ଚାଲିଛି।

Comment