ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଦିନ ୨ଟା ବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏନସିପି ବିଧାୟକ ଦିଲୀପ ବାଲସେ ପାଟିଲ କାମଚଳା ବାଚସ୍ପତି ଭାବେ ଆସ୍ଥାଭୋଟର ପରିଚାଳନା କରିବେ।

ଆଜି ମଧ୍ୟାହ୍ନ ସୁଦ୍ଧା ବାଚସ୍ପତି ମନୋନୟନ ହେବ। ରବିବାର ନୂଆ ବାଚସ୍ପତି ନିଯୁକ୍ତି ହେବେ। କଂଗ୍ରେସରୁ ବାଚସ୍ପତି କରିବା ଲାଗି ୩ ଦଳ ମଧ୍ୟରେ ଆଲୋଚନା ହୋଇଛି। ଅନ୍ୟପଟେ ଆଜି ଆସ୍ଥା ଭୋଟରେ ଉପସ୍ଥିତ ରହିବାକୁ ୩ ଦଳ ବିଧାୟକମାନଙ୍କୁ ହ୍ୱିପ ଜାରି କରାଯାଇଛି।

ଶିବସେନା, କଂଗ୍ରେସ, ଏପସିପିକୁ ନେଇ ଗଠିତ ମହାବିକାଶ ଅଗାଢି ମେଣ୍ଟ ସରକାର ଗଠନ ସହିତ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଠାକରେ। ଡିସେମ୍ବର ୩ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କହିଥିଲା ବେଳେ ଠାକରେ ଆଜି ବହୁମତ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ।

Comment