ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ଚିପ୍‌ ସେଟ୍‌ କମ୍ପାନି କ୍ୱାଲକମ୍‌ ୩ଟି ନୂଆ ସ୍ମାର୍ଟଫୋନ ପ୍ରୋସେସର ଲଞ୍ଚ୍‌ କରିଛି। ଏହି ୩ଟି ପ୍ରୋସେସର ହେଉଛି କ୍ୱାଲକମ୍‌ ସ୍ନାପଡ୍ରାଗନ ୮୬୫, ସ୍ନାପଡ୍ରାଗନ ୭୬୫ ଏବଂ ସ୍ନାପଡ୍ରାଗନ ୭୬୫ଜି। ପୂର୍ବ ଭଳି ଏଥର  ମଧ୍ୟ କମ୍ପାନି 5Gକୁ ଅଲଗା କରି ଅପ୍‌ସନାଲ୍‌ରେ ରଖିଛି।

ଯଦି କୌଣସି ମୋବାଇଲ କମ୍ପାନି କ୍ୱାଲକମ୍‌ ସ୍ନାପଡ୍ରାଗନ ୮୬୫ ପ୍ରୋସେସର ସହ 5G ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ଚାହୁଁଛି, ତେବେ ଏଥିପାଇଁ କମ୍ପାନିକୁ ଏକ ଅଲଗା ମୋଡେମ୍‌ ଲଗାଇବାକୁ ପଡ଼ିବ। ତେବେ ଏହି ମୋଡେମ୍‌କୁ ଚିପ୍‌ରେ ହିଁ ଲଗାଯାଇଥାଏ। କ୍ୱାଲକମ୍‌ ପକ୍ଷରୁ କୁହାଯାଇଛି ଯେ, ସ୍ନାପଡ୍ରାଗନ ୮୬୫ ପ୍ରୋସେସର କେବଳ 5G ସ୍ମାର୍ଟଫୋନ ପାଇଁ ହେବ।

କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ସ୍ନାପଡ୍ରାଗନ ୮୬୫ ପ୍ରୋସେସର ସ୍ମାର୍ଟଫୋନରେ ବହୁତ ଭଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟ କରିବ। ଏହି ନୂଆ ପ୍ରୋସେସର ବଳରେ ସ୍ମାର୍ଟଫୋନରେ ୨୫ ପ୍ରତିଶତ ଭଲ ଗ୍ରାଫିକ୍ସ ମିଳିବ।

ସେହିପରି କ୍ୱାଲକମ୍‌ ସ୍ନାପଡ୍ରାଗନ ୭୬୫ ପ୍ରୋସେସରରେ ମଧ୍ୟ 5Gକୁ ଅପ୍‌ସନାଲ୍‌ରେ ରଖାଯାଇଛି। ଏହାକୁ ଅନ୍ୟ ସ୍ମାର୍ଟଫୋନରେ ମଧ୍ୟ ବ୍ୟବହାର କରାଯିବ। ଆସନ୍ତା ବର୍ଷ ଲଞ୍ଚ୍‌ ହେବାକୁ ଥିବା ବିଭିନ୍ନ କମ୍ପାନିର ସ୍ମାର୍ଟଫୋନରେ ଏହି ପ୍ରୋସେସର ଦେଖିବାକୁ ମିଳିବ।

ସ୍ନାପଡ୍ରାଗନ ୮୬୫ରୁ ଏହା କମ୍‌ ପାୱାରଫୁଲ୍‌ ଥିଲେ ମଧ୍ୟ ଏଥିରେ 5G ସୁବିଧା ମିଳିଛି। ତେଣୁ ଏହାକୁ ବ୍ୟବହାର କରି ଶସ୍ତା 5G ସ୍ମାର୍ଟଫୋନ ବଜାରକୁ ଆସିପାରେ। ସୂଚନାଯୋଗ୍ୟ, ଏଚ୍‌ଏମ୍‌ଡି ଗ୍ଲୋବାଲ ଖୁବ୍‌ଶୀଘ୍ର ସ୍ନାପଡ୍ରାଗନ ୭୬୫ ପ୍ରୋସେସର ସହ ନୋକିଆ ସ୍ମାର୍ଟଫୋନ ଲଞ୍ଚ୍‌ କରିବ।

Comment