ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ଆଉ ଏକ ସଫଳତା। ପୋଲିସ କ୍ଵାର୍ଟର୍ସରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରାମଚନ୍ଦ୍ର ପ୍ରଧାନ।
ପୋଲିସ ରାମଚନ୍ଦ୍ରକୁ ବ୍ରହ୍ମଗିରି ଆଳିଆପୁଟୁ ଗାଁରୁ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏଯାଏଁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚତୁର୍ଥ ଅଭିଯୁକ୍ତ ଫେରାର ଅଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀ।
ଡିସେମ୍ଵର ୨ ତାରିଖରେ ନିମାପଡ଼ା ବସ୍ଷ୍ଟାଣ୍ଡରେ ଜଣେ ଯୁବତୀଙ୍କୁ ଘରେ ଛାଡ଼ି ଦେବାକୁ କହି ୪ ଜଣ ଯୁବକ ଉଠାଇ ନେଇଥିଲେ। ପରେ ତାଙ୍କୁ ପୁରୀ ଝାଡେଶ୍ଵରୀ ନିକଟ ପୋଲିସ କ୍ଵାର୍ଟର୍ସରେ ଗଣଦୁଷ୍କର୍ମ କରିଥିଲେ। ଏହି ସମୟରେ ଯୁବତୀ ଜଣକ ଜଣଙ୍କର ପର୍ସ ଅକ୍ତିଆର କରିଦେଇଥିଲେ। ପରେ ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଯୁବତୀ ଜଣକ ଆଣିଥିବା ପର୍ସରୁ ଅଭିଯୁକ୍ତ ଜଣକ ପୋଲିସ କନଷ୍ଟେବଲ ବୋଲି ଜମା ପଡ଼ିଥିଲା। ପରେ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ପୋଲିସ ଗିରଫ କରିଥିଲା।
















