ଓଡ଼ିଶାଲାଇଭ୍ ବ୍ୟୁରୋ

‘ଆମେ ହିନ୍ଦୁ ବିରୋଧୀ ଦଳ ସହ ରହିବୁ ନାହିଁ।’

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଚିନ୍ତା ବଢ଼ିଲା। ଶିବସେନାର ୪୦୦ ଜଣ କର୍ମୀ ଦଳଠାରୁ ଅଲଗା ହୋଇ ବିଜେପିରେ ଯୋଗଦେଇଛନ୍ତି।

ଗୁରୁବାର ମୁମ୍ବାଇ ଧାରାବୀରେ ଆୟୋଜିତ ହେଉଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଶିବସେନା କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି। ସେମାନେ କହିଥିଲେ ଯେ, ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ହିନ୍ଦୁ ବିରୋଧୀ ଓ ଭ୍ରଷ୍ଟାଚାରୀ ଦଳ ସହ ହାତ ମିଶାଇଛି। ଏହାକୁ ବିରୋଧ କରି ସେମାନେ ବିଜେପିରେ ଯୋଗଦେଇଥିବା କହିଛନ୍ତି।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇବା ପାଇଁ ଶିବସେନା ବିଜେପିଠାରୁ ଅଲଗା ହୋଇଯାଇଥିଲା। ଏହାପରେ ଦଳ ଏନ୍‌ସିପି ଓ କଂଗ୍ରେସ ସହ ହାତମିଶାଇ ରାଜ୍ୟରେ ସରକାର ଗଠନ କରିଛି। ତେବେ ଏନ୍‌ସିପି ଓ କଂଗ୍ରେସ ସହ ଶିବସେନାର ମେଳକୁ ଠିକ୍ ଭାବେ ଗ୍ରହଣ କରିପାରିନାହାନ୍ତି ଦଳୀୟ କର୍ମୀ। ତେଣୁ ଏହାକୁ ନେଇ ଦଳ ଭିତରେ ବିରୋଧାଭାସ ମଧ୍ୟ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here