ଓଡ଼ିଶାଲାଇଭ୍ ବ୍ୟୁରୋ

ଟି-ଟ୍ୱେଣ୍ଟି ସିରିଜ ପରେ ଏବେ ଦିନିକିଆରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍। ରବିବାର ଚେନ୍ନାଇରେ ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ।ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଏବେ ଦିନିକିଆ ସିରିଜର ଟ୍ରଫି ଉପରେ ନଜର ରଖିଛି ବିରାଟ ବାହିନୀ। ତେବେ ଆହତ ସମସ୍ୟା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଆଘାତ ଜନିତ କାରଣ ହେତୁ ଭାରତୀୟ ଦଳରୁ ଓପନର ଶିଖର ଧାୱନ୍ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବାଦ୍ ପଡ଼ିସାରିଛନ୍ତି। ତେଣୁ ଟିମ୍ ଇଣ୍ଡିଆ ଏବେ ଭିନ୍ନ ଗେମପ୍ଲାନ୍ ସହ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି।ଅନ୍ୟପଟେ ଟି-୨୦ ସିରିଜରେ କଡା ଟକ୍କର ଦେବା ପରେ ଦିନିକିଆରେ ମଧ୍ୟ ସେହି ଲକ୍ଷ୍ୟରେ ରହିବ ୱେଷ୍ଟଇଣ୍ଡିଜ। ଦଳ ବ୍ୟାଟିଂରେ ଭାରତୀୟ ବୋଲରଙ୍କ ଉପରେ ଭାରି ପଡୁଥିଲେ ମଧ୍ୟ ଦଳର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଇପାରୁନାହାନ୍ତି, ଯାହା ଦଳ ପାଇଁ ପରାଜୟର କାରଣ ହେଉଛି।

ତେବେ ପ୍ରଥମ ଦିନିକିଆରେ ଉଭୟ ଦଳ ବିଜୟ ଲାଭ କରି ସିରିଜ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here