ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ଲୋ’ ଓଭର ରେଟିଂ ପାଇଁ ଇଣ୍ଡିଜ୍‌ ଦଳ ଉପରେ ଲାଗିଲା ଜରିମାନା। ଫଳରେ ୱେଷ୍ଟଇଣ୍ଡିଜ୍ ଖେଳାଳୀଙ୍କୁ ମ୍ୟାଚ୍‌ ଫି’ର ୮୦ ପ୍ରତିଶତ ଜରିମାନା ଦେବାକୁ ପଡ଼ଛି। ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୪ ଓଭର କମ୍ କରିଥିବାରୁ ଆଇସିସି ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ଇଣ୍ଡିଜ୍‌ ଉପରେ ଏହି ଜରିମାନା ଲଗାଇଛନ୍ତି।

ତେବେ ୱେଷ୍ଟଇଣ୍ଡିଜର ଅଧିନାୟକ କିରନ ପୋଲାର୍ଡ ନିଜ ଭୁଲ୍‌କୁ ମାନିବା ସହ ଜରିମାନାକୁ ସ୍ୱୀକାର କରିଛନ୍ତି। ଫଳରେ ଏହି ମାମଲାର ଶୁଣାଣି କରାଯିବ ନାହିଁ।

ଆଇସିସି ଆଚାର ସଂହିତା ଧାରା ୨.୨୨ ଅନୁଯାୟୀ, ଯଦି କୌଣସି ଟିମ୍‌ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଓଭର ପୂରଣ ନକରିପାରେ ତେବେ ଓଭର ପିଛା ୨୦ ପ୍ରତିଶତ ମ୍ୟାଚ୍‌ ଫି’ ଜରିମାନା ଦେବାକୁ ପଡ଼େ। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ସମୟ ବାହାରେ ୪ ଓଭର ପକାଇଥିଲା। ଫଳରେ ଦଳକୁ ମ୍ୟାଚ୍‌ ଫି’ର ୭୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିଛି।

ମ୍ୟାଚ୍‌ ସମୟରେ ପଡ଼ିଆରେ ଉପସ୍ଥିତ ଥିବା ଅମ୍ପାୟାର୍ସ ନୀତିନ ମେନନ, ସନ୍‌ ଜର୍ଜ, ତୃତୀୟ ଅମ୍ପାୟର୍ସ ରଡ୍‌ନରୀ ଟକର ଏବଂ ଚତୁର୍ଥ ଅମ୍ପାୟାର୍ସ ଅନିଲ ଚୌଧୂରୀ ୱେଷ୍ଟଇଣ୍ଡିଜ୍ ଉପରେ ଏହି ଅଭିଯୋଗ ଆଣିଥିଲେ।

Comment