ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଲେଇକୁ ଗୁଳିମାଡ଼ ଘଟଣାରେ କଲେଜ ଛାତ୍ର ଗିରଫ ହେଲେ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ଅଞ୍ଚଳରେ। ଖାରବଳେ ନଗର ଥାନା ପୋଲିସ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରଜଣକ ହେଲେ ଆଶୁତୋଷ ନାୟକ।

ବୁଧବାର ସକାଳେ ଭୁବନେଶ୍ୱର ୟୁନିଟ୍‌-୪ ଅଞ୍ଚଳରେ ଏକ ବିଲେଇକୁ ଗୁଳିକରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ବିଲେଇର ମୁଣ୍ଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ବିଲେଇଟିକୁ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତା’ର ମୃତ୍ୟୁ ହୋଇଥିଲା।

ବିଲେଇର ମୃତ୍ୟୁକୁ ପିପୁର ଫର୍‌ ଆନିମଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି।

Comment