ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ଆଜି ଦିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ଦିନିକିଆରେ ପରାଜୟ ପରେ ଏବେ ସିରିଜ ବିଜୟ ପାଇଁ ଟିମ୍ ଇଣ୍ଡିଆ ପାଖରେ ଶେଷ ସୁଯୋଗ ରହିଛି।ବୁଧବାର ହାଇଦ୍ରାବାଦର ଭିଡିସିଏ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ। ଗୋଟିଏ ପଟେ ଏହି ମ୍ୟାଚକୁ ଜିତି ୱେଷ୍ଟଇଣ୍ଡିଜ୍ ସିରିଜ୍ ଜିତିବାକ କବଜା କରିବାକୁ ଲକ୍ଷ୍ୟ ରଖିଥିବାବେଳେ, ଟିମ୍ ଇଣ୍ଡିଆ ପାଇଁ ସିରିଜକୁ ଫେରିପାଇବା ପାଇଁ ଏହା ଶେଷ ସୁଯୋଗ। ଭାରତ ତାର ପ୍ରଥମ ମ୍ୟାଚର ଭୁଲକୁ ସୁଧାରି ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି।ଦୁଇ ଦଳକୁ ଦେଖିଲେ ୱେଷ୍ଟଇଣ୍ଡିଜ୍ ତାର ପୁରୁଣା ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ କିନ୍ତୁ ଭାରତୀୟ ଦଳରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ହୋଇପାରେ। ମୁଖ୍ୟତଃ ବୋଲିଂ ବାହିନୀରେ ଦଳ ସାମାନ୍ୟ ପରିବର୍ତ୍ତନ କରିପାରେ।
ତେବେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଭଳି ଏହି ସିରିଜରେ ଫେରିବ ବୋଲି ଭାରତୀୟ ପ୍ରଶଂସକମାନେ କହୁଛନ୍ତି। ଟି-୨୦ ସିରିଜରେ ମଧ୍ୟ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ହାରିଯାଇଥିଲା। ଏହାପରେ ମଧ୍ୟ ଦଳ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ ବିଜୟର ସ୍ୱାଦ ଚାଖିଥିଲା।