ଓଡ଼ିଶାଲାଇଭ୍ ବ୍ୟୁରୋ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଓପନର ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଦମ୍ଦାର ଶତକ। ବିଶାଖାପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଛକା ଚୌକା ବର୍ଷ କରି ରୋହିତ-ରାହୁଲ ନିଜର ଶତକ ଲାଭ କରିଛନ୍ତି। ୩୭ ଓଭର ସୁଦ୍ଧା ରୋହିତ ଶର୍ମା ୧୧୫ ବଲ୍ରେ ୧୧୮ ରନ୍ ସଂଗ୍ରହ କରିଥିବା ବେଳେ ରାହୁଲ ୧୦୨ ବଲ୍ରେ ୧୦୪ ରନ୍ ସଂଗ୍ରହ କରିଛନ୍ତି।

ପ୍ରଥମ ଦିନିକିଆରେ ଭାରତର ପରାଜୟ ପରେ ଆଜି ଦ୍ୱିତୀୟ ଦିନିକିଆରେ ବିଜୟ ଲକ୍ଷ ନେଇ ବ୍ୟାଟିଂ ଆରମ୍ଭ କରି ଭାରତୀୟ ଦଳ। ୱେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରିଥିଲେ ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲ। ଆରମ୍ଭରୁ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା।

୩୭ ଓଭର ସୁଦ୍ଧା ରୋହିତ ଶର୍ମା ୧୧୮ ବଲ୍ରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ସେଥିମଧ୍ୟରେ ରହିଛି ୩ଟି ଛକା ଏବଂ ୧୨ଟି ଚୌକା। ସେହିପରି କେ ଏଲ୍ ରାହୁଲ ୧୦୨ବଲ୍ରେ ୧୦୪ ରନ୍ ସଂଗ୍ରହ କରିଥିବା ବେଳେ ସେଥିମଧ୍ୟରେ ରହିଛି ୩ଟି ଛକା ଏବଂ ୮ଟି ଚୌକା। ତେବେ ବର୍ତ୍ତମାନ ୩୬ ଓଭର ଜୋସେଫ୍ଙ୍କ ଶେଷ ବଲ୍ରେ ରାହୁଲ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି। ଦଳ ବର୍ତ୍ତମାନ ଗୋଟିଏ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଛି।








