ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା ମାଟିରେ ଏହି ଐତିହାସିକ ମ୍ୟାଚ୍‌କୁ ରହିଲା ଆଉ ମାତ୍ର ୨ ଦିନ।

ପ୍ରଥମ ଦିନିକିଆରେ ଭାରତ ପ୍ରରାସ୍ତ ହୋଇଥିବା ବେଳେ ବୁଧବାର ଦ୍ୱିତୀୟ ଦିନିକିଆରେ ଭାରତ ବିଜୟ ଲାଭ କରିଛି। ତେବେ ବାରବାଟୀରେ ଖେଳାଯାଉଥିବା ତୃତୀୟ ଦିନିକିଆ ଭାରତ ପାଇଁ କର ବା ମର ସ୍ଥିତି ରହିଛି। ଏହି ମ୍ୟାଚ୍‌ରେ ଦଳ ଜିତିଲେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ ମଧ୍ୟ ଭାରତ ହାତେଇବ।

ଭାରତ ଏହା ପୂର୍ବରୁ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ୨-୧ରେ ପରାସ୍ତ କରି ସିରିଜ୍‌ ହାତେଇଥିଲା। ବର୍ତ୍ତମାନ ଦିନିକିଆ ସିରିଜ ଜିତିବା ପାଇଁ ବାରବାଟୀରେ ଭାରତକୁ ଆଉ ଏକ ବିଜୟର ଆବଶ୍ୟକତା ରହିଛି। ଏବେ ଡିସେମ୍ବର ୨୨ ଉପରେ ସମସ୍ତଙ୍କ ନଜର ରହିଛି।

Comment