ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ପିଇଲେ ପଇଡ଼। ଗୁରୁବାର ବିମାନ ବନ୍ଦରରୁ ହୋଟେଲ ମେ’ଫେୟାର ଆସିବା ପରେ ସେଠାରେ ପ୍ରଥମେ ପଇଡ଼ ପିଇଛନ୍ତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ପୋଲାର୍ଡ।
ଗୁରୁବାର ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ଭୁବନେଶ୍ୱର ମେ’ଫେୟାର ହୋଟେଲ ପହଞ୍ଚିଛନ୍ତି। ସେଠାରେ ଦୁଇ ଦଳର ଖେଳାଳିମାନଙ୍କୁ ହୋଟେଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରିକି ବଲିଉଡ୍ ଗୀତର ତାଳେ ତାଳେ ଡ୍ୟାନ୍ସ କରି ହୋଟେଲର କର୍ମଚାରୀମାନେ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ।
ହୋଟେଲରେ ଖେଳାଳିମାନଙ୍କୁ ସ୍ୱାଗତ କରାଯିବା ପରେ କିରଣ ପୋଲାର୍ଡଙ୍କୁ ହଠାତ୍ ପଇଡ଼ ଧରି ପିଉଥିବା ଦେଖିବାକୁ ମିଳିଥିଲା। ହୋଟେଲ ରୁମରେ ପ୍ରବେଶ କରିବା ପୂର୍ବରୁ ପୋଲାର୍ଡ ପ୍ରଥମେ ଏହି ପଇଡ଼ ପିଇଛନ୍ତି।
ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ରହଣି ପାଇଁ ହୋଟେଲ ମେ’ଫେୟାରକୁ ବଛାଯାଇଛି। ସେଠାରେ ଦୁଇ ଦେଶର ଖେଳାଳିମାନେ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ରହିବେ। ଏହି ଦିନମାନଙ୍କରେ ଖେଳାଳିମାନେ କଣ ସବୁ ଖାଇବେ ଏବଂ କଣ ସବୁ ପିଇବେ ସେ ସମ୍ବନ୍ଧୀୟ ମେନ୍ୟୁ ବିସିସିଆଇ ପକ୍ଷରୁ ପୂର୍ବରୁ ହୋଟେଲକୁ ଦିଆଯାଇଛି। ଏଥର ଖେଳାଳିମାନେ ସେମାନଙ୍କର ଖାଦ୍ୟରେ ଓଡ଼ିଆ ପରମ୍ପରାର ଖାଦ୍ୟ ଖାଇବାକୁ ପାଇବେ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

















