ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବାରବାଟୀରେ ଅଭ୍ୟାସ କରିବେନି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ଦଳ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍।

ଆଜି ସକାଳ ୯ଟାରେ ପ୍ରଥମେ ୱେଷ୍ଟଇଣ୍ଡିଜ ଦଳ ପଡ଼ିଆରେ ଅଭ୍ୟାସ କରିବାର ଥିଲା। ହେଲେ କୌଣସି କାରଣରୁ ଆଜିର ଅଭ୍ୟାସକୁ ବନ୍ଦ କରାଯାଇଛି। ଉଭୟ ଦଳ ଶନିବାର ଅଭ୍ୟାସ କରିବେ।

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ବର୍ତ୍ତମାନ ୨-୨ରେ ବରାବର ରହିଛି। ତେଣୁ ବାରବାଟୀ ଦିନିକିଆ ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି। ବାରବାଟୀ ମ୍ୟାଚ୍ ଜିତି ଦୁଇଦଳ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇଛି। ତେଣୁ ମ୍ୟାଚ୍ ସମୟରେ ଦର୍ଶକମାନଙ୍କ ଗହଳିରେ ବାରବାଟୀ ଝୁମିବ ବୋଲି କୁହାଯାଉଛି।

Comment