ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଆଇପିଏଲ୍ ୨୦୨୦ ପାଇଁ ଖେଳାଳି ନିଲାମ ପକ୍ରିୟା ଶେଷ ହୋଇସାରିଛି। ଏଥିରେ ଦେଶ ବିଦେଶର ବହୁ ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ଫ୍ରାଞ୍ଚାଇଜମାନେ କିଣିନେଇଛନ୍ତି। ଗୋଟିଏ କଥା କିନ୍ତୁ ଆପଣ ଜାଣିଛନ୍ତି କି, ଆଇପିଏଲ ଦଳ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିବା ପାଇଁ ବିରାଟ ଓ ଧୋନି କେତେ ଟଙ୍କା ନେଇଥାନ୍ତି?
ବିରାଟ ଆଇପିଏଲର ଦାମୀ ଖେଳାଳି
ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳିଙ୍କ ନାଁ କହିଲେ ବିରାଟ କୋହଲିଙ୍କ ନାଁ ଆସିଥାଏ। ଏବେ ବିରାଟ କୋହଲି ୧୭ କୋଟି ଟଙ୍କାରେ ଦଳ ସହ ରହିଛନ୍ତି। ଅର୍ଥାତ ବେଙ୍ଗାଳୁରୁ ଦଳ ପାଇଁ ଗୋଟିଏ ଆଇପିଏଲ୍ ସିଜିନ୍ ଖେଳିବାକୁ ମୋଟ୍ ୧୭ କୋଟି ଟଙ୍କା ନେଇଥାନ୍ତି। ଦଳ ତାଙ୍କୁ ସଂରକ୍ଷିତ ଖେଳାଳିଙ୍କ ତାଲିକାରେ ରଖିଛି। ତେଣୁ ଆଇପିଏଲ୍ ନିଲାମୁ ପକ୍ରିୟାରେ ଆଜି ପର୍ଯ୍ୟନ୍ତ କୋହଲିଙ୍କୁ ଦେଖିବାକୁ ମିଳିନାହିଁ।
ଗୋଟିଏ ଆଇପିଏଲ୍ ସିଜିନ୍ ପାଇଁ ୧୫ କୋଟି ନିଅନ୍ତି ଧୋନି
ସେହିପରି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ କ୍ୟାପଟେନ୍ କୁଲ୍ ଧୋନି ଗୋଟିଏ ଆଇପିଏଲ୍ ସିଜିନ୍ ପାଇଁ ଦଳଠାରୁ ମୋଟ୍ ୧୫ କୋଟି ଟଙ୍କା ନେଇଥାନ୍ତି। ତାଙ୍କ ନେତୃତ୍ୱରେ ସିଏସକେ ମୋଟ୍ ୩ଥର ଆଇପିଏଲ୍ ଟାଇଟଲ ଜିତିବା ସହ ସବୁଥର ଆଇପିଏଲ୍ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିପାରିଛି।
ଅନ୍ୟ ଖେଳାଳିମାନଙ୍କୁ ଲକ୍ଷ୍ୟ କଲେ, ରୋହିତ ଶର୍ମାଙ୍କୁ ମୁମ୍ବାଇ ପ୍ରତି ସିଜିନ୍ ପାଇଁ ୧୫ କୋଟି, ସନ ରାଇଜର୍ସ ହାଇଦ୍ରାବାଦ୍ ୱାର୍ନରଙ୍କୁ ୧୨.୫୦ କୋଟି, ରାଜସ୍ଥାନ ରୟାଲ୍ସ ଷ୍ଟିଭ୍ ସ୍ମିଥଙ୍କୁ ୧୨.୫୦ କୋଟି ଟଙ୍କା ଦେଇଥାଏ।

















