ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଉମିନ୍ ଖାଇ ସେଲଫି ନେଇ ମେ’ ଫେୟାରରେ ମଉଜ କରୁଛନ୍ତି ବିରାଟ ବାହିନୀ। ବାରବାଟୀ ମ୍ୟାଚକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏବେ ମଉଜ ମସ୍ତିରେ ବ୍ୟସ୍ତ ଅଛନ୍ତି ଟିମ୍ ଇଣ୍ଡିଆର ଖେଳାଳି।
ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ସୋସିଆଲ୍ ମିଡିଆ ପେଜରେ ତାଙ୍କର ଦୁଇଟି ଫଟୋ ସେଆର କରିଛନ୍ତି। ଏହି ସବୁ ଫଟୋରେ ବିରାଟଙ୍କ ସହ ଭାରତୀୟ ଖେଳାଳିମାନେ ମେ’ ଫେୟାର ଲନରେ ବସି ମଜା ଉଠାଉଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଗୋଟିଏ ଫଟୋରେ କୋହଲି ଓ ଅନ୍ୟ ଖେଳାଳିମାନେ ହୋଟେଲରେ ଚାଉମିନ୍ ଖାଇଛନ୍ତି।
ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳିମାନେ ଶୁକ୍ରବାର ଭୁବନେଶ୍ୱର ଏସପ୍ଲାନେଡ୍ ମଲକୁ ସପିଙ୍ଗ୍ ପାଇଁ ଯାଇଥିଲେ। ସେଠାରେ ଇଣ୍ଡିଜ୍ ଦଳର ଖେଳାଳିମାନେ ଘଣ୍ଟା, ଜୋତା ଓ ଜିନ୍ସ ସବୁ କିଣିଥିବା ଦେଖିବାକୁ ମିଳିଥିଲା। ଖେଳାଳିମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକମାନେ ଖେଳାଳିମାନଙ୍କର ଫଟୋ ଉଠାଇବା ସହ ସେମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଗହଳି ଲଗାଇଥିଲେ।
ବାରବାଟୀ ମ୍ୟାଚ ପାଇଁ ଶୁକ୍ରବାର ଭାରତୀୟ ଓ ୱେଷ୍ଟଇଣ୍ଡିଜ ଟିମର ଅଭ୍ୟାସକୁ ବାତିଲ କରାଯାଇଥିଲା। ଅଭ୍ୟାସ ବାତିଲ ହେବା ପରେ ୱେଷ୍ଟଇଣ୍ଡିଜ ଦଳର କେତେକ ଖେଳାଳି ମଲ୍ ବୁଲିବା ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଅନ୍ୟପଟେ ଭାରତୀୟ ଖେଳାଳିମାନେ ହୋଟେଲ ମଧ୍ୟରେ ସେମାନଙ୍କର ମସ୍ତି ଜାରି ରଖିଛନ୍ତି।

















