ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସକାଳ ୧୦ଟାରେ ଭାରତ କରିବ ଅଭ୍ୟାସ।
  • ଦିନ ୨ଟାରେ ଓ୍ଵେଷ୍ଟଇଣ୍ଡିଜ କରିବ ଅଭ୍ୟାସ।

କଟକ: ଆଜି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳି ଅଭ୍ୟାସ କରିବେ। ଅଭ୍ୟାସ ପାଇଁ ଭାରତ ସକାଳ ୧୦ଟା ବେଳକୁ ବାରବାଟୀ ଷ୍ଟାଡିୟମକୁ ଆସିବ। ପ୍ରାୟ ୩ଘଣ୍ଟା ଅଭ୍ୟାସ କରିବା ପରେ ଦଳର ଅଧିନାୟକ କିମ୍ବା ଅନ୍ୟ ଖେଳାଳି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳ ଅରାହ୍‌ଣ ୨ଟାରୁ ଅଭ୍ୟାସ ଆରମ୍ଭ କରିବ।

ଭୁବନେଶ୍ଵରରୁ ଦୁଇ ଦଳ ସ୍ଵତନ୍ତ୍ର ବସ୍‌ ଯୋଗେ କଟକ ବାରବାଟୀ ଷ୍ଟାଡିୟମ ଯିବେ। ଏନେଇ କମିସନରେଟ ପକ୍ଷରୁ ବ୍ୟାପକ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି। ଖେଳାଳିମାନେ କିପରି ସୁରକ୍ଷିତ ଭାବେ ଷ୍ଟାଡିୟମରେ ପହଞ୍ଚିବେ ସେନେଇ ମଧ୍ୟ ପୋଲିସ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି।

ଶୁକ୍ରବାରଠାରୁ ବାରବାଟୀ ଷ୍ଟାଡିୟମ୍‌କୁ ପୋଲିସ୍ ନିଜ ହେଫାଜତକୁ ନେଇସାରିଛି। ପ୍ରତ୍ୟେକ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଷ୍ଟାଡିୟମ୍‌ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ରାଜ୍ୟ ପୋଲିସର ବହୁ ବରିଷ୍ଠ ଅଧିକାରୀଙ୍କ ସହିତ ଷ୍ଟାଡିୟମ୍ ପରିଦର୍ଶନ କରିବା ସହ ସୁରକ୍ଷା ଯାଞ୍ଚ କରିଥିଲେ।

LEAVE A REPLY

Please enter your comment!
Please enter your name here