ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଲେ ଟିମ୍‌ ଇଣ୍ଡିଆର ଖେଳାଳି। ଭୁବନେଶ୍ୱର ମେ’ ଫେୟାର ହୋଟେଲରୁ ବସ୍‌ ଯୋଗେ ଉଭୟ ୱେଷ୍ଟଇଣ୍ଡିଜ୍‌ ଏବଂ ଇଣ୍ଡିଆ ଟିମ୍‌ର ଖେଳାଳିମାନେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଛନ୍ତି। ହୋଟେଲ ସାମ୍ନାରେ କ୍ରିକେଟ୍‌ ପ୍ରଶଂସକମାନେ ନିଜ ପ୍ରସନ୍ଦର କ୍ରିକେଟରକୁ ହାତ ହଲାଇ ସ୍ୱାଗତ କରୁଥିବା ଦୃଶ୍ୟ ନଜର ଆସିଛି।

ଟିମ୍‌ ଇଣ୍ଡିଆକୁ ନେଇ ମେ’ ଫେୟାର ହୋଟେଲରୁ ବାହାରିଥିବା ବସ୍‌ ଜୟଦେବ ବିହାର ଦେଇ କଟକ ଅଭିମୂଖେ ଯାତ୍ରା କରିବ। ଷ୍ଟାଡିୟମରେ ପହଞ୍ଚିବା ପାଇଁ ଦୁଇ ଦଳକୁ ପାଖାପାଖି ୮୦ ମିନିଟ୍‌ର ସମୟ ଲାଗିବ। ଏଥିପାଇଁ କମିସନରେଟ୍‌ ପୋଲିସ୍‌ ପକ୍ଷରୁ ଟୁଇନ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comment