ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଭାଗରେ ପଡ଼ିବ ଆଉ ଦୁଇଟି ମେଡିକାଲ କଲେଜ। କେନ୍ଦ୍ର ସରକାରଙ୍କ ପ୍ରଚଳିତ ଉନ୍ନତିକରଣ ଯୋଜନା ଅନୁସାରେ ତୃତୀୟ ପର୍ଯ୍ୟାୟରେ ଏହି ଦୁଇଟି କଲେଜ ସ୍ଥାପିତ ହେବାର ସମ୍ଭାବନା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ରେଫେରାଲ ହସ୍ପିଟାଲକୁ ମେଡିକାଲ କଲେଜରେ ପ୍ରବର୍ତ୍ତନ କରାଯିବା ଯୋଜନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏହା ସ୍ଥାପନ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ରାଉରକେଲାଠାରେ ଏହା ପ୍ରକାଶ କରିଛନ୍ତି। ଓଡ଼ିଶାର ୧୦ଟି ଆସ୍ପିରାସ୍ନାଲ ଜିଲ୍ଲା ଭିତରୁ ବଲାଙ୍ଗିର ଓ କୋରାପୁଟରେ ଆଗରୁ ମେଡିକାଲ କଲେଜ ବସି ସାରିଛି। ଓଡ଼ିଶା ସରକାର ଫୁଲବାଣୀ ଓ ଭବାନୀପାଟଣାରେ ଆଉ ଦୁଇଟି ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବକୁ କେନ୍ଦ୍ର ଆପାତତଃ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଉନ୍ନତିକରଣ ଯୋଜନାଟି ହେଉଛି ଦେଶର ସବୁଠାରୁ ପଛୁଆ ଜିଲ୍ଲାରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଯେଉଁଠିକି ନ୍ୟୁନତମ ଚିକିତ୍ସା ସୁବିଧା ବି ମିଳେନାହିଁ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

1 COMMENT

Comment