ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“କଂଗ୍ରେସର ଐତିହାସିକ ଭୁଲକୁ ମୋଦୀ ସରକାର ସୁଧାରିଛନ୍ତି। ଧର୍ମ ଆଧାରରେ ହିଁ ଦେଶର ବିଭାଜନ ହୋଇଥିଲା। ଏହାପରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ବହୁତ ଶରଣାର୍ଥୀ ଧାର୍ମିକ ପ୍ରତାଡ଼ନାର ଶିକାର ହୋଇ ଭାରତକୁ ଚାଲିଆସିଛନ୍ତି। ବିଗତ ୭୦ ବର୍ଷ ଧରି ସେମାନେ ଶରଣାର୍ଥୀଭାବେ ଜୀବନ ଅତିବାହିତ କରୁଛନ୍ତି। ନାଗରିକତା ସଂଶୋଧନ ଆଇନ୍ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଥିଲାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ଏହା ଏକ ସାହାସିକ ପଦକ୍ଷେପ। ଏହି ଆଇନକୁ ଦେଶର ସମସ୍ତ ନାଗରିକ ସ୍ୱୀକାର କରିଛନ୍ତି। କିନ୍ତୁ କଂଗ୍ରେସ କିଛି ଲୋକମାନଙ୍କୁ ଧରି ସାଧାରଣ ଜନତାଙ୍କୁ ମତେଇବାକୁ ଅପଚେଷ୍ଟା କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।ଏପରିକି କଂଗ୍ରେସ ଏହା ବିରୋଧରେ ଅପପ୍ରଚାର କରି ଦେଶରେ ହିଂସା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। କିଛି ସଙ୍ଗଠନ ଓ ଲୋକମାନଙ୍କୁ ନେଇ କଂଗ୍ରେସ ଦେଶରେ ହିଂସାକୁ ମତେଇବା ଆରମ୍ଭ କରିଦେଇଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏଥିପାଇଁ ସାରା ଦେଶରେ ବିଜେପି ଜନଜାଗରଣ କାର୍ଯ୍ୟକ୍ରମର ଆରମ୍ଭ କରିବ। ଦେଶର ମୋଟ୍ ୩୦ କୋଟି ପରିବାରକୁ ବିଜେପି ନାଗରିକତା ସଂଶୋଧନ ଆଇନ ବିଷୟରେ ସଚେତନ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here