ଓଡ଼ିଶାଲାଇଭ୍ ବ୍ୟୁରୋ

‘ବହି ପଢ଼ିବ ସୁନ୍ଦରଗଡ଼’ ଜିଲ୍ଲାବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ। ଲୋକମାନେ ମୋବାଇଲ୍ ଛାଡ଼ି ପୁଣି କେମିତି ବହିରେ ପାଠ ପଢ଼ିବେ ସେଥିପାଇଁ ଜିଲ୍ଲାପାଳ ମାଗଣାରେ ଲୋକଙ୍କୁ ବହି ବାଣ୍ଟୁଛନ୍ତି। ଗାଁ ଗଣ୍ଡା, ସାହି ମାର୍କେଟ ବୁଲିବା ସହ ସେଠାକାର ଲୋକମାନଙ୍କୁ ବହି ପଢ଼ିବାକୁ ସଚେତନ କରୁଛନ୍ତି ଜିଲ୍ଲାପାଳ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ କୁହନ୍ତି, “ଲୋକମାନେ ଏବେ ବହି ପଢ଼ିବା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଯେଉଁ କେତେକ ପାଠକ ଅଛନ୍ତି ସେମାନଙ୍କ ପାଇଁ ଜିଲ୍ଲାରେ ସଠିକ୍ ଲାଇବ୍ରେରୀର ବ୍ୟବସ୍ଥା ନାହିଁ। ତେଣୁ ସେମାନେ ଏବେ ମୋବାଇଲର ସାହାଯ୍ୟ ନେବାରେ ଲାଗିଛନ୍ତି। ବହି ବାଣ୍ଟିବା ଦ୍ୱାରା ଲୋକମାନେ ପୁଣିଥରେ ବହି ପଢ଼ିବା ପ୍ରତି ଆଗ୍ରହ ଦେଖାଇବେ।”ଗପ ବହିଠାରୁ ଆରମ୍ଭ କରି ସାଧାରଣ ଜ୍ଞାନ ବହି ପର୍ଯ୍ୟନ୍ତ ଲୋକଙ୍କ ଆଗ୍ରହ ବଢ଼ାଇବା ଲାଗି ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ। ନିଜେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ବହି ପଢ଼ିବାକୁ ସେ ସଚେତନ କରୁଛନ୍ତି। ଲୋକମାନଙ୍କୁ ପ୍ଲାକ୍ କାର୍ଡ ଆଦି ବାଣ୍ଟି ସେମାନଙ୍କୁ ବହି ପଢ଼ିବାକୁ ଅନୁରୋଧ କରୁଛନ୍ତି। ଏହାଦ୍ୱାରା ଲୋକମାନେ ବହି ପଢ଼ିବାର ପ୍ରକୃତି ଖୁସି ପାଇପାରିବେ ବୋଲି ସେ କହୁଛନ୍ତି।

ଏହାସହ ଆଗାମୀ ଦିନରେ ଜିଲ୍ଲାରେ ଥିବା ଲାଇବ୍ରେରୀର ବିକାଶ ହେବା ସହ ସ୍କୁଲରେ ଏଥିପାଇଁ ଛାତ୍ରାଛାତ୍ରୀମାନଙ୍କୁ ଉତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here