ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ନୂଆବର୍ଷ ପାଇଁ ପୁରୀରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନେ କିପରି ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ କଟକଣା ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆଜି ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଗାଡ଼ି ବାଟଗାଁ ବାଇପାସ୍‌ ଦେଇ ହୋଟେଲ ଷ୍ଟର୍ଲିନ ଅଭିମୁଖେ ଯିବେ। ଷ୍ଟର୍ଲିନ ହୋଟେଲ ନିକଟ ସମୁଦ୍ର କୂଳରେ ଗାଡ଼ି ପାର୍କିଂ କରିବେ। ପୁରୀରୁ ଫେରିବା ବେଳେ ଗାଡ଼ିଗୁଡ଼ିକ ମେରାଇନ ଡ୍ରାଇଭ ରୁଟ୍‌ରେ ଆସିବ। ସେଠାରୁ ମାଳତିପାଟପୁର ଓଭରବ୍ରିଜରେ ବାହାରିବ।

ନୂଆବର୍ଷ ପୂର୍ବରୁ ପୁରୀରେ ପ୍ରବଳ ଭିଡ଼ ଦେଖାଗଲାଣି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେହିପରି ଆଜି ଟ୍ରାଫିକ ନିୟମ ମଧ୍ୟ କଡ଼ାକଡ଼ି କରାଯାଇଛି। ନୂଆବର୍ଷ ଦିନ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିବ।

Comment