ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଏସ୍ପ୍ଲାନେଡ୍ ମଲ୍ରେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀଙ୍କ ଦ୍ୱାରା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏନେଇ ପୋଲିସ ଡିସିପି ଅନୁପ୍ ସାହୁ ସୂଚନା ଦେଇଛନ୍ତି।
“ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଏକ ନିନ୍ଦନୀୟ ଘଟଣା। ଏହି ଘଟଣାର ତଦନ୍ତ ପାଇଁ ଆଡିସନାଲ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ” ଡିସିପି କହିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍ପ୍ଲାନେଡ୍ ମଲ୍ରେ ବେଆଇନ୍ ପାର୍କିଂ ଫି’ ଖବର ସଂଗ୍ରହ କରୁଥିବା ଏହି ଘଟଣା ଘଟିଥିଲା। ମଲ୍ର ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ ସାମ୍ବାଦିକାଙ୍କୁ ବାଧା ଦେବା ସହ କ୍ୟାମେରା ଛଡ଼ାଇ ନେଇ ସାମ୍ବାଦିକା ଓ କ୍ୟାମେରା ମ୍ୟାନ୍ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ସାମ୍ବାଦିକାଜଣକ ଏନେଇ ସହିଦ ନଗର ଥାନାରେ ଏତଲା ଦେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ବର୍ତ୍ତମାନ ୨ ମଲ୍ କର୍ମଚାରୀଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି। ମଲ୍ କର୍ମଚାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX








