ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜାନୁଆରି ୬ ତାରିଖରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ରିଅଲମି ଏହାର Realme 5i ସ୍ମାର୍ଟଫୋନ୍କୁ ଲଞ୍ଚ୍ କରିବ। ସୋମବାର ଏହାକୁ ଭିଏତ୍ନାମ୍ରେ ଲଞ୍ଚ୍ କରିବା ପାଇଁ କମ୍ପାନି ଘୋଷଣା କରିଛି। ତେବେ ଭାରତ ଏବଂ ଅନ୍ୟ ବଜାରରେ ଏହାରୁ କେବେ ଲଞ୍ଚ୍ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ। Realme 5i ସ୍ମାର୍ଟଫୋନ୍ ହେଉଛି ପୂର୍ବରୁ ବଜାରରେ ଥିବା Realme 5 ସ୍ମାର୍ଟଫୋନ୍ର ଅପ୍ଗ୍ରେଡେଡ୍ ଭର୍ସନ।
ଭାରତୀୟ ମୁଦ୍ରା ଅନୁଯାୟୀ, ଏହି ସ୍ମାର୍ଟଫୋନ୍ର ଦାମ୍ ୧୩ ହଜାର ଟଙ୍କା ରହିଛି। ଏଥିରେ ୧୨ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହ କ୍ୱାଡ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଥିବା ବେଳେ ସେଲ୍ଫି ପାଇଁ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏହା ଆଣ୍ଡ୍ରଏଡ୍ ୯ ପାଇ ଭର୍ସନ ଥିବା କଲରଓଏସ୍ ୬.୦.୧ରେ ଚାଲୁଛି।
Realme 5i ସ୍ମାର୍ଟଫୋନ୍ର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୬.୫୨ ଇଞ୍ଚ୍ର ଏଚ୍ଡି ପ୍ଲସ୍ ଡିସ୍ପ୍ଲେ ରହିଛି। ୪ଜିବି ରାମ୍ ସହି ୬୪ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍ ଥିବା ଏହି ସ୍ମାର୍ଟଫୋନ୍ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନ୍ରେ ୫ ହଜାର ଏମ୍ଏଏଚ୍ର ବଡ଼ ବ୍ୟାଟେରୀ ମଧ୍ୟ ରହିଥିବା ଜଣାପଡ଼ିଛି।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX








