ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରୁ ଗୋଟେ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହେବା ଘଟଣା। ଏଥିରେ ୭ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ। ଉଦ୍ଧାର ହୋଇଥିବା ନାବାଳିକାଙ୍କ ଜରିଆରେ ଅନ୍ୟାମନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇ ଯାଇଥିବା ନେଇ ମଙ୍ଗଳବାର ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକ ଘରକୁ ନେଉନଥିବାରୁ ସେମାନେ ହଷ୍ଟେଲରୁ ପଳାଇଥିବା ଜଣାପଡ଼ିଛି। ୭ ଜଣ ନାବାଳିକା ଉଦ୍ଧାର ପରେ ଏବେ ଅନ୍ୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।

LEAVE A REPLY

Please enter your comment!
Please enter your name here