ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ପରିସର ଓ ଗୃହ ଭିତରେ ହେବ ବ୍ୟାପକ ପରିବର୍ତ୍ତନ। ଆଗାମୀ ୨୦ ଦିନ ଭିତରେ ପୂରା ବିଧାନସଭାରେ ଓ୍ୱାଇଫାଇ ବ୍ୟବସ୍ଥା କରାଯିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଏହାସହ ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍‌ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ।

ଅନ୍ୟପଟେ ବିଧାନସଭା ବିଲଡିଂର ବାହାର ପାର୍ଶ୍ଵକୁ ଆଲୋକୀକରଣ କରାଯିବ। ଗୃହ ଭିତରେ ପଡ଼ିଥିବା ସିଟ୍‌କୁ ମଧ୍ୟ ପରିବର୍ତ୍ତନ କରାଯିବ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ‘‘ବିଧାନସଭାକୁ ଓ୍ୱାଇଫାଇ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରା ସରିଛି। ୨୦ ଦିନ ଭିତରେ ଏହି କାର୍ଯ୍ୟ ଶେଷ ହେବ।’’

Comment