ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼: କୃଷ୍ଣ, ବଳରାମ ବେନୀଭାଇ ମାମୁ କଂସଙ୍କ ନିମନ୍ତ୍ରଣ ପାଇ ମଥୁରାରେ ପହଞ୍ଚିଛନ୍ତି। କୃଷ୍ଣ ଓ ବଳରାମ ନଗର ଭ୍ରମଣ କରୁଥିବା ବେଳେ କଂସଙ୍କ ରଜକ ଓ ସୁଦାମା ମାଳି ସହିତ ସାକ୍ଷାତ ହୋଇଥିଲା। ସେହିପରି ପୂଜା କରିବାକୁ ଆସିଥିବା କୁବୁଜାକୁ ସ୍ପର୍ଶକରି ଅପୂର୍ବ ସୁନ୍ଦରୀରେ ପରିଣତ କରିଥିଲେ ଭଗବାନ ଶ୍ରୀକୃଷ୍ଣ।

ଅନ୍ୟପକ୍ଷରେ ମହାରାଜା କଂସ ସ୍ୱପ୍ନରେ କୃଷ୍ଣଙ୍କ ସହ ଯୁଦ୍ଧ କରି ଭୟଭୀତ ହୋଇଯାଇ ମଥୁରାର ଚତୁର୍ଦ୍ଦିଗରେ ସୈନ୍ୟସାମନ୍ତ ମୁତୟନ କରିଛନ୍ତି ଆସନ୍ନ ମୁତ୍ୟୁକୁ ନେଇ।

ମଥୁରାବାସୀ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ପୂର୍ଣ୍ଣ କଳସ ସ୍ଥାପନ ସହ ଧୂପ ଦୀପ ଦେଇ ସ୍ୱାଗତ କରିଥିଲେ।  ତେବେ ଭ୍ରମଣ ସମୟରେ ମହାରାଜା କଂସଙ୍କ ରଜକ ସହିତ ସାକ୍ଷାତ କରିଥିଲେ କୃଷ୍ଣ ଓ ବଳାରାମ। ସୁଦାମା ମାଳି ମହାରାଜା କଂସଙ୍କ ପାଇଁ ଫୁଲ ନେଇ ଯାଉଥିବା ସମୟରେ କୃଷ୍ଣଙ୍କ ସହ ଭେଟ ହୋଇଥିଲା। କୃଷ୍ଣଙ୍କୁ ପୁଷ୍ପମାଲ୍ୟରେ ସୁସଜ୍ଜିତ କରିବା ସହ ସ୍ୱାଗତ କରିଥିଲା ମଥୁରା ନଗରୀକୁ। ସେହିପରି ପୂଜା କରିବାକୁ ଆସି ଥିବା କୁବୁଜାକୁ ସ୍ପର୍ଶ କରି  ଅପୂର୍ବ ସୁନ୍ଦରୀରେ ପରିଣତ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ତେବେ ମଥୁରାବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି।

ସେହିପରି ମଥୁରା ନଗରୀରେ ମହାରାଜା କଂସ ଆସନ୍ନ ମୁତ୍ୟୁକୁ ନେଇ ବିଚଳିତ ହୋଇପଡ଼ିଛନ୍ତି। ବିଜୁଳି କନ୍ୟାର ଦୈବୀବାଣୀକୁ ନେଇ ରାତିରେ ଠିକ୍ ଭାବରେ ନିଦ ହେଉ ନଥିବାରୁ ସୁରା ପାନ କରିଛନ୍ତି କଂସ। ପରେ କଂସ ଶୋଇଥିବାବେଳେ ସ୍ୱପ୍ନରେ ଦେଖିଛନ୍ତି ଦେବକୀ, ବସୁଦେବ ଓ କୃଷ୍ଣଙ୍କୁ।

କଂସ କୃଷ୍ଣଙ୍କ ସହିତ ଗଦା ଯୁଦ୍ଧ, ମଲ୍ଲ ଯୁଦ୍ଧ କରି ସ୍ୱପ୍ନରେ ଦେଖିବାକୁ ପାଇଛନ୍ତି ନିଜ ମୁତ୍ୟୁକୁ। ନିଜ ପ୍ରତିବିମ୍ବ ଦେଖି ଆହୁରି ଭୟଭୀତ ହୋଇ ପଡ଼ିଛନ୍ତି ମହାରାଜା କଂସ। ତେବେ ମଥୁରା ନଗରୀରେ ଆସନ୍ନ ବିପଦ ତଥା ନିଜ ମୁତ୍ୟୁ ଆଶଙ୍କାରେ ଚାରିଦିଗରେ ସୈନ୍ୟସାମନ୍ତ ମୁତୟନ କରିବା ସହ ନୃତ୍ୟ ଗୀତରେ ମସଗୁଲ ରହିଛନ୍ତି ମହାରାଜା କଂସ।

Comment