ଓଡ଼ିଶାଲାଇଭ୍ବ୍ୟୁରୋ

ଆଜିକାଲି ସାଧାରଣତଃ ମଣିଷର ଆୟୁ ହ୍ରାସ ପାଉଛି। ଅଧିକାଂଶ ୬୦ ବା ୭୦ ବର୍ଷରେ ପ୍ରାଣ ହରାଉଛନ୍ତି। ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷର ଆୟୁ ହ୍ରାସ ପାଇଥିଲା ବେଳେ ଜାପାନରେ ଜଣେ ମହିଳା କିନ୍ତୁ ୧୧୭ ବର୍ଷ ବୟସରେ ନିଜ ଜନ୍ମଦିନ ପାଳି ବିଶ୍ୱ ରେକର୍ଡ କରିଛନ୍ତି। ଜାପାନର ଏହି ମହିଳାଙ୍କ ନାଁ କେନ୍‌ ତନାକା।

ଅସୁସ୍ଥତା ଯୋଗୁଁ ଏବେ ସେ ଫୁକୁଓକୋ ସହରର ଏକ ନର୍ସିଂହୋମରେୁ ଭର୍ତ୍ତି ଅଛନ୍ତି। ଗତ ରବିବାର ମହିଳା ଜଣକ ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି।

କେନ ୧୯୦୩ ମସିହାରେ ଜନ୍ମ ହୋଇଥିଲେ। ଗତବର୍ଷ କେନ୍‌ ଦୁନିଆର ସବୁଠୁ ବୟସ୍କ ମହିଳା ଭାବେ ରେକର୍ଡ କରିଥିଲେ। ଗିନିଜ ଓ୍ୱାଲର୍ଡ ରେକର୍ଡରେ ତାଙ୍କ ନାଁ ସ୍ଥାନିତ ହୋଇଥିଲା।

Comment