ଓଡ଼ିଶାଲାଇଭ୍ ବ୍ୟୁରୋ

ଓଏସ୍ଏସ୍ଟିଇଟି ପରୀକ୍ଷା ପାଇଁ ବାହାରିଲା ଆଡମିଟ୍ କାର୍ଡ। ଆଜିଠୁ କରିପାରିବେ ଡାଉନଲୋଡ୍।
ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ। ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଓ୍ଵେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ବିଏସ୍ସି ପକ୍ଷରୁ ସୂଚନା ମିଳିଛି।
କେମିତି ଡାଉନଲୋଡ୍ କରିବେ ଆଡମିଟ କାର୍ଡ?
ଆଡ୍ମିଟ କାର୍ଡ ଡାଉନଲୋଡ୍ ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍ osstet.co.in କୁ ଯିବେ। ସେଠାରେ ଲଗଇନ୍ ଉପରେ କ୍ଲିକ କରି ନିଜ ଇମେଲ୍ ଓ ପାସଓ୍ଵାର୍ଡ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ପ୍ରଥମେ ଓଏସ୍ଏସ୍ଟିଇଟିର ଫର୍ମ ପୂରଣ ଡିସେମ୍ଵର ୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ଵର ୧୬ ତାରିଖରେ ଶେଷ ହେବାକୁ ଥିଲା। ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇ ଡିସେମ୍ଵର ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।















