ଓଡ଼ିଶାଲାଇଭ୍ ବ୍ୟୁରୋ

ଓମ୍ଫେଡ୍ରେ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ୍ ଫେଡେରେସନ୍ ଲିମିଟେଡ୍) ମ୍ୟାନେଜର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୨୩ ତାରିଖ ଯାଏଁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା – ୧
ଶିକ୍ଷାଗତ ଯୋଗ୍ୟତା
- ଭେଟେରିନାରୀ/ଆନିମଲ୍ ହଜ୍ବେଣ୍ଡ୍ରି/ଡାଏରୀ ହଜ୍ବେଣ୍ଡ୍ରିରେ ସ୍ନାତକ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ।
- ଡାଏରୀ ସେକ୍ଟରରେ ଅତି କମ୍ରେ ୫ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ ସୀମା
୨୦୧୯ ଡିସେମ୍ବର ୩୦ ସୁଦ୍ଧା ୪୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିମାନେ ଆବେଦନ କରିପାରିବେ।
ଦରମା
୧୫,୬୦୦ ରୁ ୩୯,୧୦୦ ଟଙ୍କା (ଗ୍ରେଡ୍ ପେ-୬୬୦୦ ଟଙ୍କା)
ଆବେଦନ ପ୍ରକ୍ରିୟା
ଓମ୍ଫେଡ୍ର ଓ୍ଵେବ୍ସାଇଟ୍କୁ ଯାଇ ଆବେଦନକାରୀମାନେ ସେଠାରୁ ଆବେଦନପତ୍ର ଡାଇନ୍ଲୋଡ୍ କରି ତାକୁ ପୂରଣ କରିବେ। ଏହା ସହ ସମସ୍ତ ଦରକାରୀ କାଗଜପତ୍ର ଓ ପ୍ରମାଣପତ୍ରକୁ ନିମ୍ନଲିଖିତ ଠିକଣାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।
(ଜେନେରାଲ୍ ମ୍ୟାନେଜର (ଏଚ୍ଆର୍), ଓମ୍ଫେଡ୍, ଡି-୨, ସହିଦନଗର, ଭୁବନେଶ୍ଵର-୭୫୧୦୦୭) ଠିକଣାରେ ଆବେଦନପତ୍ର ଓ ପ୍ରମାଣପତ୍ର ପଠାଇବେ।
ଏହି ପଦବୀ ସମ୍ବନ୍ଧିତ ଯେକୌଣସି ତଥ୍ୟ ଜାଣିବା ପାଇଁ www.omfed.com ଓ୍ଵେବ୍ସାଇଟ୍କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

















