ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଣାର୍କ ଇକୋ ରିଟ୍ରିଟରେ ଚାଲିଥିବା ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ।

କୋଣାର୍କରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି। ଆଗାମୀ ଦିନରେ ପୁରୀ ଓ କୋଣାର୍କକୁ ଆଇକନିକ୍‌ ସିଟି କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କୋଣାର୍କ ସମ୍ପର୍କରେ ତଥ୍ୟ ନେଇଛନ୍ତି।

କୋଣାର୍କ ମନ୍ଦିର ମରାମତି କାମରେ ସାଧା ପଥର ବ୍ୟବାହାର ହେଉଥିବା ଅଭିଯୋଗର ଅନୁଧ୍ୟାନ କରିବା ସହ ଡ୍ରେନେଜ ବ୍ୟବସ୍ଥା ଉପରେ ସେ ଆଲୋଚନା କରିଛନ୍ତି।

”ଓଡ଼ିଶାରେ ବହୁତ କିଛି ଅଛି ଯାହା ସାରାଦେଶ ଦେଖିବାକୁ ଚାହୁଁଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ”, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରହଲାଦ ସିଂ ପଟେଲ।

LEAVE A REPLY

Please enter your comment!
Please enter your name here